ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କର ମୃତ୍ୟୁ

Advertisment
ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କର ମୃତ୍ୟୁ

Kalinga Tv

ଗଁଦିିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ପଞ୍ଚାୟତରେ ଥିବା ନିଶା ନିବାରଣ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ ଓଡାପଡ଼ା ଗ୍ରାମର ସଞ୍ଜୟ ପୃଷ୍ଟି (୫0)। ତାଙ୍କୁ ଗତ ୧୩ ତାରିଖ ଦିନ ତାଙ୍କ ସ୍ତ୍ରୀ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସକାଳ ସମୟରେ ସେ ହଠାତ୍ ଅସୁସ୍ଥ ହୋଇଥିଲେ। ଫିଟସ ମାରିବାରୁ ଆମ୍ବୁଲାନ୍ସ ଦ୍ୱାରା ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ଶ୍ରୀରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହାକୁ ନେଇ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe