ବିଦ୍ୟୁତ ଆଘାତରେ ଯୁବକ ମୃତ

Advertisment
ରାଇଝରଣ ଡ୍ୟାମରୁ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର

image source-india.com

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ରାୟନରରସିଂହପୁର ପଂଚାୟତ ଶ୍ରୀରାମପୁରରେ ବିଦ୍ୟୁତ ସଜାଡୁଥିବା ବେଳେ କରେଣ୍ଟ ମାରିବାରୁ ସଦାଶିବପୁର ଗ୍ରାମର ସୁଧୀର କୁମାର ପରିଡ଼ା (୪୪)ଙ୍କର ମୃତ୍ୟୁ ହୋଇଯାଇଛି। ସଙ୍ଗେ ସଙ୍ଗେ ତାଙ୍କୁ ଗ୍ରାମବାସୀମାନେ ଅଁଳାବେରେନି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe