new indian express
ହିନ୍ଦୋଳ: ଦାନ୍ତକାଠି ଭାଙ୍ଗିବାକୁ ଯିବା ସମୟରେ ଅସାବଧାନତାବଶତଃ ଅଭିନ୍ନ ମୁଦୁଲି (୪୨) ନାମକ ଜଣେ ଯୁବକ ତାଙ୍କ ପଡ଼ୋଶୀ ଜଳନ୍ଧର ସାହୁଙ୍କ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲେ। ଖବର ପାଇ ତାଙ୍କ ମାମୁ ପୁଅ ହଟିଆ ମୁଦୁଲି ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ କୂଅ ଭିତରେ ଫସିଯାଇଥିଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରସୋଳ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ଖବର ଖବର ପାଇ ରାସୋଳ ଅଗ୍ନିଶମ ବାହିନୀ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅଭିନ୍ନଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଏ ନେଇ ଅଭିନ୍ନଙ୍କ ଭାଇ ଦୁଷ ମୁଦୁଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Follow Us