ଅଜବ ଗାଁର ଗଜବ ଘଟଣା: ଗ୍ରାମବାସୀଙ୍କୁ ହାଣ୍ଡିଆ ନଦେବା ଯୋଗୁଁ ବନ୍ଦ ରହିଲା ବାହାଘର

Advertisment
ଅଜବ ଗାଁର ଗଜବ ଘଟଣା: ଗ୍ରାମବାସୀଙ୍କୁ ହାଣ୍ଡିଆ ନଦେବା ଯୋଗୁଁ ବନ୍ଦ ରହିଲା ବାହାଘର

କାମାକ୍ଷାନଗର: ବିବାହ ହେଉଛି ଏକ ପବିତ୍ର ବନ୍ଧନ, ଯାହା ଦୁଇଟି ମନ ଓ ଦୁଇଟି ହୃଦୟକୁ ଏକାଠି ବାନ୍ଧି ରଖିବା ସହ ସାତ ଜନମ ପାଇଁ ଏକ ସମ୍ପର୍କର ଡୋରିରେ ଛନ୍ଦି ଦେଇଥାଏ। ଦୁହେଁ ଦୁହିଁଙ୍କ ପାଇଁ ଇହ ପରକାଳ ପାଇଁ ନିଜର ହୋଇଯାଆନ୍ତି । ଆମେ ଆପଣଙ୍କୁ ଏମିତି ଏକ ବାହାଘର ଦେଖାଉଛୁ ଯାହା ଆପଣଙ୍କୁ ଚକିତ କରିପାରେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ବାହାଘର ଭୋଜିରେ ବରପକ୍ଷ ଘରର ଲୋକମାନେ ହାଣ୍ଡିଆ ଦେଇପାରିଲେ ନାହିଁ ବୋଲି ବାହାଘର ବନ୍ଦ ହୋଇ ରହିଲା । ଶେଷରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୋଜିର ଆୟୋଜନ କରିଥିବା ଲୋକଟି ପୁଲିସର ଦ୍ୱାରସ୍ଥ ହେଲା ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ କାଦବସନ୍ତ ଗାଁ । ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ଦେଖିବାକୁ ମିଳିଛି ଅଜବ ଘଟଣା। ବିବାହ ଭୋଜିରେ ହାଣ୍ଡିଆ ନଦେବା ଯୋଗୁଁ ବିବାହ କାର୍ଯ୍ୟ ବନ୍ଦ ହୋଇଛି ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ବୁଝାଇବାକୁ ଯାଇ କାମାକ୍ଷାନଗର ଥାନା ପୁଲିସକୁ ମଧ୍ୟ ନାକେଦମ ହେବାକୁ ପଡିଛି । ମାତ୍ର ପୁଲିସ ବିଫଳ ହୋଇ ଘରବାହୁଡା କରିଛି ।

କାଦବସନ୍ତ ଗାଁର ଅନନ୍ତ ମାରାଣ୍ଡିଙ୍କ ପୁଅ ପାରାଉ ମାରାଣ୍ଡି ଆଜକୁ ୮ ବର୍ଷ ତଳେ ପରଜଙ୍ଗ ଥାନା କେନ୍ଦୁମୁଣ୍ଡା ଗାଁର ସଜନୀ ମାରାଣ୍ଡିଙ୍କୁ ମନ୍ଦିରରେ ପ୍ରେମବିବାହ କରିଥିଲେ । ମାତ୍ର ଗାଁର ପରମ୍ପରା ଓ ଜାତିର ରୀତିନୀତି ଅନୁଯାୟୀ ଚଳିବାକୁ ହେଲେ ଗାଁ ମୁଖିଆ ବା ମାଝୀବାବାଙ୍କ ବିନା ଅନୁମତିରେ କିଛି ବି କାର୍ଯ୍ୟ ହୁଏ ନାହିଁ । ତେବେ ବିବାହ କିପରି ହେବ । ଆଦିବାସୀ ପରମ୍ପରାରେ ବିବାହ କରିବାକୁ ହେଲେ କିଛି ନୀତି ନିୟମ ମାନିବାକୁ ପଡିବ ବୋଲି ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ ସିଧାସଳଖ କହି ଦେଇଥିଲେ । ଆମ କଥାରେ ମାନି ତୁ ପ୍ରଥମେ ଭୁଲ ମାଗିବୁ ଏବଂ ଆମର ସମାଜରେ ଯାହା ଅଛି ତୁ ତାହା କରିବୁ । ତା ପରେ ବିବାହ ହେବ। ଦୀର୍ଘ ଆଠ ବର୍ଷ ବିତି ଯାଇଥିଲେ ମଧ୍ୟ ସଜନୀ ମଥାରେ ସିନ୍ଦୂର ପିନ୍ଧି ପାରିଲେ ନାହିଁ । ଶେଷରେ ପାରାଉଙ୍କ ପରିବାର ଲୋକେ ବିବାହ କରିବା ପାଇଁ ଅଣ୍ଟା ଭିଡିଥିଲେ । ବିବାହ ପାଇଁ ସବୁ କିଛି ଯୋଗାଡ଼ କରିଥିଲେ ।ସାହି ପଡିଶା ବନ୍ଧୁ ବାନ୍ଧବଙ୍କ ଗହଳିରେ ଘର ଯେମିତି ହସ ଖୁସିରେ ପୁରି ଉଠିଥିଲା । ମାତ୍ର ବଇରି ସାଜିଲା ସମାଜ । ବିନା ହାଣ୍ଡିଆରେ ବିବାହ ହୋଇ ପାରିବ ନାହିଁ ବୋଲି ସମାଜ କୁଆଡେ ମନା କରି ଦେଇଥିଲେ ହୋଇ ବରକନ୍ୟା ଆଉ ପରିବାର ଲୋକେ କରିଥିଲେ ଅଭିଯୋଗ । ପ୍ରଥମେ ବର ଭୁଲ ମାଗିବ । ତା ପରେ ସମାଜ ଚିନ୍ତା କରିବ ବିବାହ କେମିତି ହେବ। ଏଭଳି ମନ୍ତବ୍ୟ ଦେଇଥିଲେ ଗ୍ରାମ୍ୟ ମୁଖ୍ୟ ମାଝୀ ବାବା ଓରଫ ରାମଚନ୍ଦ୍ର ହେମ୍ବ୍ରମ ଏବଂ ସହଯୋଗୀ। ବିବାହ ପାଇଁ ବେଦୀ ରେଡି ,ଟେଣ୍ଟ ବି ରେଡି । ଗ୍ରାମବାସୀ ଓ ବନ୍ଧୁବାନ୍ଧବଙ୍କ ପାଇଁ ସ୍ୱାଦିଷ୍ଟ ବ୍ୟଞ୍ଜନ ଯଥା ମାଂସ ତରକାରୀ ସହ ଭାତ, ଡାଲି, ତରକାରୀ ଆଦି ରେଡି । ମାତ୍ର ଦୁଃଖ ଦେଇଦେଲା ହାଣ୍ଡିଆ ।

publive-image

ବିନା ହାଣ୍ଡିଆରେ ବାହାଘର କେମିତି ହେବ । ବାସ୍ କ୍ଷଣକରେ ବାହାଘର ବନ୍ଦ ହୋଇଗଲା । ବର ପକ୍ଷ ପ୍ରଥମେ ଭୁଲ ମାଗିବ ଏବଂ ପରେ ସମାଜର ନିତିକ୍ରାନ୍ତି ମାନିବ । ତା ପରେ ସମାଜ ଯେବେ କହିବ ସେହି ଦିନ ବର କନ୍ୟା ମଥାରେ ସିନ୍ଦୁର ଦେଇ ବିବାହ କରିବ ବୋଲି ଅଜବ ଯୁକ୍ତି କରିଥିଲେ ମାଝିବାବା ।ଆମ ସମାଜର ନିତିକ୍ରାନ୍ତି ତାଙ୍କୁ ମାନିବାକୁ ପଡିବ । ତେବେ ବିବାହ ପାଇଁ କାମାକ୍ଷାନଗର ପୋଲିସ ପହଞ୍ଚି ବହୁତ ବୁଝା ସୁଝା କରିଥିଲା ମାତ୍ର ବିଫଳ ହୋଇଥିଲେ । ବାହାଘର ବନ୍ଦ ହୋଇଗଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବରପକ୍ଷ ଶେଷରେ ହାରାସ ହେବାକୁ ପଡିଛି। ଆଧୁନିକତାର ଛାପ ଆଜିବି ଅପହଞ୍ଚ । ମଦ ପାଇଁ ବିବାହ ବନ୍ଦ ହେବା ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି । ତେବେ ବିଭିନ୍ନ ସମାଜରେ ଅନୁଶାସନ ପାଳନ ପାରମ୍ପରିକ ରୀତିନୀତିର ଏକ ଜ୍ୱଳନ୍ତ ଉଦାହରଣ । ଏହା ଉପରେ କାମାକ୍ଷାନଗର ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ କୁହନ୍ତି ଗାଁରେ ଦୁଇଟି ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଅଛନ୍ତି ଗୋଟିଏ ସମ୍ପ୍ରଦାୟ ଚାହୁଁଛି ଆଧୁନିକତାରେ ବିବାହ କରିବ, କିନ୍ତୁ ଅନ୍ୟ ସମ୍ପ୍ରଦାୟ ତାକୁ ବିରୋଧ କରୁଛି ଯାହାକୁ ନେଇ ଉଭୟଙ୍କ ପକ୍ଷରୁ ରିପୋର୍ଟ ଆସିଛି ତଦନ୍ତ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe