ବିବାହିତ ଝିଆରୀକୁ ଧରି ପୁଲିସ୍‌ କର୍ମଚାରୀ ଚମ୍ପଟ୍‌ 

ବିବାହିତ ଝିଆରୀକୁ ଧରି ପୁଲିସ୍‌ କର୍ମଚାରୀ ଚମ୍ପଟ୍‌ 

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ନେଇ ପୁଲିସ୍‌ରେ ଚାକିରି କରୁଥିବା ତାଙ୍କ ସମ୍ପର୍କୀୟ ଦାଦା ଫେରାର୍‌ ହୋଇଯିବା ଘଟଣା ସାଧାରଣରେ ଚର୍ଚାର ବିଷୟ ହୋଇଛି। ଏ ସଂପର୍କରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗେଙ୍ଗୁଟିଆ ଗ୍ରାମର ହିମାଂଶୁ ମଲ୍ଲିକ(୩୨) ଗତ ୯ ବର୍ଷ ତଳେ ଭୁବନ ଥାନା  ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ।  ତାଙ୍କର ୮ବର୍ଷର ଏକ ପୁଅ ମଧ୍ୟ ଅଛି।  ହିମାଂଶୁଙ୍କ ପତ୍ନୀଙ୍କ ସଂପର୍କୀୟ ଦାଦା ତଥା  କଟକ କ୍ରାଇମ୍‌ବ୍ରାଞ୍ଚରେ ଓଏସ୍‌ଏପିର ଡ୍ରାଇଭର ଭାବେ କାର୍ଯ୍ୟରତ ମାନସ ରଂଜନ ସ୍ୱାଇଁ ବିଭିନ୍ନ ସମୟରେ ହିମାଂଶୁଙ୍କ ଘରକୁ ଯିବା ଆସିବା କରୁଥିଲେ। ମାନସ ଗତ ମାର୍ଚ୍ଚ ୫ ତାରିଖ  ପୂର୍ବାହ୍ଣ ସାଢେ ୧୦ ଟା ସମୟରେ ଏକ କାର୍‌ରେ ଗେଙ୍ଗୁଟିଆ ଗ୍ରାମ ଆସି ହିମାଂଶୁଙ୍କ ମାଅଙ୍କୁ ମାଡ୍‌ପିଟ୍‌ କରି ଅଳଙ୍କାର ସହ ୩୦ ହଜାର ଟଙ୍କା ଏବଂ ଝିଆରୀଙ୍କୁ ନେଇ ଫେରାର୍‌ ହୋଇଯିବା ଓ  ଏ ଘଟଣାରେ ଚୁପ୍‌ ନ ରହିଲେ ହିମାଂଶୁଙ୍କ ପରିବାରକୁ ଏସିଡ୍‌ ପକାଇ ମାରି ଦେବା ଧମକ ଦେଇଥିବା ନେଇ ହିମାଂଶୁ ଗତ ୫ ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସଦର ଥାନା ପକ୍ଷରୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗତ ୧୨ ତାରିଖରେ ହିମାଂଶୁ ତତ୍କାଳୀନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।  ମାନସ ପୁଲିସ୍‌ରେ ଚାକିରି କରୁଥିବାରୁ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ଅନ୍ୟ ପକ୍ଷରେ ହିମାଂଶୁଙ୍କ ପରିବାର ସଦସ୍ୟମାନେ ନିଜ ଧନଜୀବନକୁ ଅସୁରକ୍ଷିତ ମନେ କରିବା ସହ ଆତଙ୍କିତ ଅବସ୍ଥାରେ ରହିଥିବା ହିମାଂଶୁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe