ପୋଖରୀରେ ବୁଡ଼ି ନାବାଳକ ମୃତ

Advertisment
ପୋଖରୀରେ ବୁଡ଼ି ନାବାଳକ ମୃତ

କାମାକ୍ଷାନଗର: ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲା ତୁମୁସିଙ୍ଗା ଥାନା ଅଁଳାବେରେଣି ଯୁଆଙ୍ଗ ସାହିର ବିଭୂତି ପଧାନଙ୍କ ପୁଅ ପ୍ରଭାକର ପଧାନ। ଆଜି ସକାଳେ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ପୋଖରୀ ଭିତରେ ବୁଡ଼ି ଯାଇଥିଲା।
ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ପ୍ରଭାକରକୁ ଉଦ୍ଧାର କରି ଅଁଳାବେରେଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହାକୁ ନେଇ ମେଡିକାଲ ପରିସରରେ ଏକ ଶୋକାକୁଳ ପରିବେଶ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe