ଟ୍ରକ୍ ଧକ୍କାରେ ନାବାଳିକା ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Advertisment
ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

ଢେଙ୍କାନାଳ: ସଦର ଥାନା ଡେରାସିଂ ନିକଟରେ ଟ୍ରକ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ସୁଆଖାଇ କାଟେଣି ଗାଁର ପଦ୍ମିନୀ ସାହୁ (୧୪) ବୋଲି ଜଣାଯାଇଛି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।
ପଦ୍ମିନୀ ଘର ସୁଆଖାଇକାଟେଣୀରୁ ସକାଳ ୬ଟାରେ ଡେରାସିଂକୁ ପଢ଼ିବାକୁ ଯାଉଥିଲେ। ଡେରାସିଂ ଗ୍ରାମ ନିକଟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହେଲେ ସ୍ଥାନୀୟ ଲୋକେ ଢେଙ୍କାନାଳ-ତରଭା ରାସ୍ତାର ରଞ୍ଜା ଛକଠାରେ ରାସ୍ତାରୋକ କରିଛନ୍ତି। ପୁଲିସ ପହଞ୍ଚି ବୁଝାସୁଝା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe