Minor Girl Molestation: ନାବାଳିକାକୁ ଅସଦାଚରଣ ଉଦ୍ୟମ ଅଭିଯୋଗ, ବାପାର ପଥରମାଡ଼ରେ ଯୁବକର ମୃତ୍ୟୁ

ବାପାଙ୍କ ସହିତ ଗାଧୋଇବା ପାଇଁ ଗାଁ ପାଖ ନାଳକୁ ଯାଇଥିବା ସମୟରେ ନାବାଳିକା ଅସଦାଚରଣର ଅଭିଯୋଗ ହୋଇଛି। ସେ ନାଳ ନିକଟକୁ ‌ଶୌଚ ପାଇ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅସଦାଚରଣ ଉଦ୍ୟମ କରିଛି।

Dead

Young man dead in stone attack in Dhenkanal. Photograph: (sambad)

ପର୍ଜଙ୍ଗ: ବାପାଙ୍କ ସହିତ ଗାଧୋଇବା ପାଇଁ ଗାଁ ପାଖ ନାଳକୁ ଯାଇଥିବା ସମୟରେ ନାବାଳିକା ଅସଦାଚରଣର ଅଭିଯୋଗ ହୋଇଛି। ସେ ନାଳ ନିକଟକୁ ‌ଶୌଚ ପାଇ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅସଦାଚରଣ ଉଦ୍ୟମ କରିଛି। ଯୁବକର ଏପରି ଘୃଣ୍ୟ କାମ ନେଇ ବାପା ନିଜକୁ ସମ୍ଭାଳି ପାରି ନାହାନ୍ତି। ଅଭିଯୁକ୍ତ ଯୁବକଙ୍କୁ ପଥରରେ ଆକ୍ରମଣ କରିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ଅଭିଯୁକ୍ତ ଯୁବକର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ କରୁଣାକର ବେହେରା (୩୨)।  

ସୂଚନା ଅନୁସାରେ ଦଦରାଘାଟି ଫାଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତି ଆଜି ଅପରାହ୍‌ଣରେ ନିଜର ନାବାଳିକା ଝିଅ ସହିତ ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେl ଏହି ସମୟରେ ଝିଅଟି ନାଳ ନିକଟକୁ ଶୌଚ ପାଇଁ ଯାଇଥିଲା। ଝିଅର ଫେରିବା ବାଟକୁ ବାପା ଅପେକ୍ଷା କରିଥିଲେ। ତେବେ ଏହି ସମୟରେ ସେଠାରେ ପୂର୍ବରୁ ଜଗି ବସିଥିବା କରୁଣାକର ବଳପୂର୍ବକ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲାl ଝିଅର ପାଟି ଶୁଣି ବାପା ତୁରନ୍ତ ଘଟଣାସ୍ଥଳରେ ପହଁଚି ଥିଲେ। 

ତେବେ ଝିଅର ବାପାଙ୍କୁ ଦେଖି ଯୁବକ ଜଣକ ସେଠାରୁ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ନାବାଳିକାର ବାପା ଏକ ପଥର ଫିଙ୍ଗିବାରୁ ତାହା ଯୁବକଙ୍କ କାନମୁଣ୍ଡାରେ ବାଜିଥିଲା। ଫଳରେ ସେ କିଛିଦୂରରେ ଟଳି ପଡ଼ିଥିଲା। ଯୁବକଜଣକ ମରିଯାଇଥିବା ଜାଣି ନାବାଳିକାର ବାପା ମୃତଦେହକୁ ନେଇ ନିକଟସ୍ଥ ନାଳରେ ଫିଙ୍ଗି ଦେଇଥିଲା। ପରେ ଥାନାରେ ଆତ୍ମସମର୍ପଣ କରି ଘଟଣାକୁ ଟିକିନିଖି କହିଥିଲା।

Dhenkanal | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe