ଲକ୍ଷ୍ମୀନଗରରେ ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Advertisment

ସୁନାଗହଣା, ଖାଦ୍ୟସାମଗ୍ରୀ ସମେତ ନଗଦ ଟଙ୍କା ଚୋରି

ସୁନାଗହଣା, ଖାଦ୍ୟସାମଗ୍ରୀ ସମେତ ନଗଦ ଟଙ୍କା ଚୋରି

ଲକ୍ଷ୍ମୀନଗରରେ ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

କାମାକ୍ଷାନଗର: କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମର ଲକ୍ଷ୍ମୀନଗର ସାହିରେ ଗତକାଲି ବିଳମ୍ବିତ ରାତିରେ ତିନିଜଣଙ୍କ ଘରୁ ଲୁଟ ହୋଇଥିବାର ଖବର ମିଳିଛି। ସୁନାଗହଣା, ଖାଦ୍ୟସାମଗ୍ରୀ ସମେତ ପ୍ରାୟ କୋଡି ଏହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀନଗର ସାହିର ବିଭୂତିଭୂଷଣ ଲେଙ୍କା, ଶ୍ରୀବତ୍ସ ଖୁଣ୍ଟିଆ, ମିନତି ବେହେରାଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ତିନିଜଣ ଯାକ ଲୋକଙ୍କ ଘର ଝରକା ଓ କବାଟ ତାଡ଼ି ଦୁର୍ବୃତ୍ତମାନେ ଘରେ ପଶିଥିବା ବେଳେ ବିଭୂତିଙ୍କ ଘରୁ ବିଭିନ୍ନ ଖାଦ୍ୟସାମଗ୍ରୀ ଲୁଟ ହୋଇଥିବା ବେଳେ ଶ୍ରୀବତ୍ସ ଖୁଣ୍ଟିଆଙ୍କ ଘରୁ ଆସବାବପତ୍ର ଓ ନଗଦ ୧୫, ୦୦୦ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

ସେହିପରି ମିନତି ଘରେ ନଥିବା ବେଳେ କବାଟ, ଝରକା ତାଡ଼ି ଗୋଟିଏ ସୁନା ଚେନ, ତିନି ହଳ ସୁନା କାନଫୁଲ, ରୁପା ପାଉଁଜି ସମେତ ନଗଦ ୫, ୦୦୦ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଚୋରି କରୁଥିବା ବେଳେ ସିସିଟିଭି ଫୁଟେଜରେ ଧରାପଡ଼ିଥିବା ବେଳେ ଖବର ପାଇ କାମାକ୍ଷାନଗର ପୁଲିସ ଲକ୍ଷ୍ମୀନଗରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବିଗତ କିଛିମାସ ତଳେ ଲକ୍ଷ୍ମୀନଗରରୁ ଦୁର୍ବୃତ୍ତମାନେ କିଛି ଘରୁ ସ୍କୁଟି ଓ ଅନ୍ୟ ସାମଗ୍ରୀ ଚୋରି କରିଥିବା ବେଳେ ପୋଲିସ ତରଫରୁ ବ୍ୟାପକ ପେଟ୍ରୋଲିଙ୍ଗ କରିବା ସହ ଚୋର ମାନଙ୍କୁ ଧରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe