ଜାତୀୟ ରାଜପଥ ୫୩ ଅବରୋଧ ହଟିଲା: ବର୍ଷା ଜଳ ନିଷ୍କାସନ ନେଇ ଗ୍ରାମବାସୀଙ୍କ ଦ୍ବାରା ହୋଇଥିଲା ରାସ୍ତାରୋକ

Advertisment
ଜାତୀୟ ରାଜପଥ ୫୩ ଅବରୋଧ ହଟିଲା: ବର୍ଷା ଜଳ ନିଷ୍କାସନ ନେଇ ଗ୍ରାମବାସୀଙ୍କ ଦ୍ବାରା ହୋଇଥିଲା ରାସ୍ତାରୋକ

କାମାକ୍ଷାନଗର: ବର୍ଷା ଜଳ ନିଷ୍କାସନ ପ୍ରସଙ୍ଗକୁ ନେଇ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ପିତିରିରେ ଗ୍ରାମବାସୀଙ୍କ ଦ୍ବାରା ଜାତୀୟ ରାଜପଥ ୫୩ ଅବରୋଧ କରାଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ବୁଝାଶୁଝା ପରେ ରାସ୍ତାରୋକ ହଟିଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ବର୍ଷା ଜଳ ନିଷ୍କାସନ ହୋଇନପାରି ପରଜଙ୍ଗର ପିତିରିରେ ଘରେ ପାଣି ପଶିବାରୁ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଗାଁ ପାଖରେ ପୂର୍ବରୁ ଥିବା ଡ୍ରେନ ପୋତି ହୋଇଯାଇଥିଲା।  ଏହାଫଳରେ ବର୍ଷା ପାଣି ନିଷ୍କାସନ ହୋଇ ପାରୁନଥିବାର ଅଭିଯୋଗ ହୋଇଥିଲା। ଲୋକଙ୍କ ଘରେ ପାଣି ପଶି ଯାଇଛି ଯାହାକୁ ନେଇ ପିତିରିର ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ଏହି ରାଜପଥ ୫୩ ଅବରୋଧ ଫଳରେ ଯାଜପୁର -କାମାକ୍ଷାନଗର-ତାଳଚେର-ଅନୁଗୁଳ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe