India.com
ଓଡ଼ପଡ଼ା: ୫୫ ନଂ ଜାତୀୟ ରାଜପଥ ଓଡ଼ପଡା ବ୍ଲକ ଅନ୍ତର୍ଗତ ପୋଡାପଡା ନିକଟରେ ନିର୍ମାଣାଧୀନ ହାତୀ ଚଲାପଥ ସୁଡ଼ଙ୍ଗ ଗାତରେ ପଡ଼ି ସୋମବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୂଆ ବାଙ୍ଗୁରସିଂହ ଗ୍ରାମର ଚୁଇଁଆ ବେହେରା(୭୫)। ସେ ଗତ ୪ ଦିନ ତଳେ ଘରୁ କେଉଁଆଡେ ଚାଲି ଯାଇଥିଲେ, ପରିବାର ଲୋକେ ଖୋଜାଖୋଜି କରିବା ପରେ ଆଜି ରାସ୍ତା ନିକଟସ୍ଥ ଏକ ଗାତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ଖବରପାଇ ହିନ୍ଦୋଳରୋଡ ଦମକଳବାହିନୀ ଗାତ ଭିତରୁ ବୃଦ୍ଧ ଚୁଇଁଆଙ୍କ ମୃତଦେହ ଉଦ୍ଧାର କରିଛି। ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଇଥିବା ସୂଚନା ରହିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୫୫ ନଂ ଜାତୀୟ ରାଜପଥ ଠିକାଦାର ସଂସ୍ଥା ଗାୟତ୍ରୀ କନ୍ଷ୍ଟ୍ରକ୍ସନ ରାସ୍ତାରେ କୌଣସି ସୁରକ୍ଷା ବାଡ଼ ନଦେଇ ବେପରୁଆ ଭାବେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ବହୁ ଜୀବନହାନୀ ଘଟୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନ ଥିବା ଯୋଗୁ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା କୁହାଯାଉଛି।
Follow Us