ପର୍ଜଙ୍ଗ: ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ବୁଡ଼ିଯାଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଢେଙ୍କାନାଳଳ ଜିଲ୍ଲା ପର୍ଜଙ୍ଗ ଥାନା ଆମ୍ବପଳସ ଗ୍ରାମର ରମେଶ ସାହୁ (୬୦) ଗତକାଲି ମଧ୍ୟାହ୍ନରେ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଗାଁ ଲେକେ ଖୋଜାଖୋଜି କରିଥିଲେ ହେଲେ ରମେଶ ସାହୁଙ୍କୁ ପାଇ ନଥିଲେ। ଆଜି ଭୋର ସମୟରେ ତାଙ୍କ ମରଶରୀର ପୋଖରୀରେ ଭାସୁଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ବୃଦ୍ଧ
Advertisment
Follow Us