ହାତୀ ଆକ୍ରମଣରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

Advertisment
ହାତୀ ଆକ୍ରମଣରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

World Animal Protection

କଣିହାଁ/ଢେଙ୍କାନାଳ/ଓଡ଼ାପଡ଼ା: ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ହାତୀମାନଙ୍କ ଉପଦ୍ରବ ଧୀରେ ଧୀରେ ବଢ଼ିଲାଣି। ହାତୀ ମୁହଁରେ ପଡ଼ି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ବଜ୍ରକୋଟ ଗାଁର ମାଗୁଣି ବେହେରା (୫୦)ଙ୍କର ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ମେରାମଣ୍ଡଳୀ ଗ୍ରାମର ବୃଦ୍ଧ ସନନ୍ତ ନାଏକ (୭୫) ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ବଜ୍ରକୋଟ୍‌ ଗାଁର ମାଗୁଣି ବେହେରା ଆଜି ସକାଳ ପ୍ରାୟ ୫ଟା ବେଳେ ଘର ପାଖରେ ଥିବା ଏକ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ କଣିହାଁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ୪ଲକ୍ଷ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି। ଶୁଦ୍ଧିକ୍ରିୟା ପାଇଁ ପରିବାରକୁ ୪୦ହଜାର ଟଙ୍କା ସହାୟତା ଦିଆଯାଇଛି।

ବ୍ୟବଚ୍ଛେଦ ପାଇଁ ଶବକୁ ତାଳଚେର ମଣ୍ଡପାଳ ଡାକ୍ତରଖାନାକୁ ପଠାଯାଇଛି। ସେହିପରି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ମେରାମୁଣ୍ଡଳୀ ଗାଁର ବୃଦ୍ଧ ସନନ୍ତ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ମଧ୍ୟ ଆକ୍ରମଣ କରିଛି। ଘଟଣାରେ ସେ ଆହତ ହୋଇ ମେରାମଣ୍ଡଳୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଢେଙ୍କାନାଳ ଡିଏଫ୍‌ଓ ପ୍ରକାଶ ଚାନ୍ଦ୍‌ ଗୋଗିନେନି ପ୍ରକାଶ କରିଛନ୍ତି।

ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଶୀତ ଦିନେ କ୍ଷେତରେ ଧାନ ପାଚୁଛି। ତେଣୁ ହାତୀ ପଲ ଏବେ ଧାନ ଫସଲ ମୁହାଁ ହେଲେଣି। ଆଗକୁ ହାତୀ ଉପଦ୍ରବ ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଥିବା ବେଳେ ଗାଁ ଗଣ୍ଡାରେ ବର୍ତ୍ତମାନ ଜଙ୍ଗଲୀ ହାତୀ ବଡ଼ ବିପଦ ଭାବେ ଉଭା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe