ଗଛରୁ ପଡ଼ି ଜଣେ ଗୁରୁତର: କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି

Advertisment
ଗଛରୁ ପଡ଼ି ଜଣେ ଗୁରୁତର: କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ତେଲକୋଇ ଥାନା ଗବଗୋଡ଼ା ଗାଁରେ ଗଛରୁ ପଡ଼ି ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ଗବଗୋଡ଼ା ଗାଁର ଇନ୍ଦ୍ରମଣି ଜେନା (୪୮ବର୍ଷ) ଘର ପାଖରେ ଥିବା ଗଛରେ ଚଢ଼ିଥିବା ବେଳେ ଅସାବଧାନତା ପାଇଁ ଗଛରୁ ତଳକୁ ଖସି ପଡିଥିଲେ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ଇନ୍ଦ୍ରମଣିଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe