ହସ୍ପିଟାଲ୍‌ର ୪ ମହଲାରୁ ଡେଇଁ ୫୦ ବର୍ଷୀୟ ରୋଗୀ ମୃତ

Advertisment
ହସ୍ପିଟାଲ୍‌ର ୪ ମହଲାରୁ ଡେଇଁ ୫୦ ବର୍ଷୀୟ ରୋଗୀ ମୃତ

ଢେଙ୍କାନାଳ: ହସ୍ପିଟାଲର ଚାରି ମହଲାରୁ ଡେଇଁ ପୁଣି ଜଣେ ରୋଗୀ ମୃତ। ଢେଙ୍କାନାଳ ହସ୍ପିଟାଲର ଚାରିମହଲାରୁ ଡେଇଁ ପରଜଙ୍ଗ ଲୋଧଣୀ ଗାଁର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ୪ଟା ସମୟରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଘଟଣ ଘଟିଛି। ମୃତକ ଦୁର୍ଯ୍ୟୋଧନ ନାୟକ କଟକର ଏକ ହଷ୍ଟେଲରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଗତକାଲି ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ରାତି ପ୍ରାୟ ଦଶଟା ବେଳକୁ କଟକରୁ ତାଙ୍କର ଭଣଜାଙ୍କ ସହ ପରଜଙ୍ଗ ଗାଁକୁ ଫେରୁଥିଲେ। ଅଧା ବାଟରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ପରିବାର ଲୋକ ଖବର ପାଇ ଢେଙ୍କାନାଳ ହସ୍ପିଟାଲରେ ପହଞ୍ଚିବା ବେଳକୁ ଦୁର୍ଯ୍ୟୋଧନ ମେଡିକାଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରି ସାରିଥିଲେ। କେଉଁ କାରଣ ପାଇଁ ଦୁର୍ଯୋଧନ ହସ୍ପିଟାଲ ଛାତ ଉପରୁ ଡେଇଁଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ହସ୍ପିଟାଲରେ ବେଡ ନମିଳିବା, ସୁରକ୍ଷାକର୍ମୀଙ୍କ ଡ୍ୟୁଟିରେ ଅବହେଳା ଓ ସଠିକ ଚିକିତ୍ସା ନମିଳିବାକୁ ଦାୟୀ କରିଛନ୍ତି ପରିବାର ଲୋକ। ଦୁର୍ଯ୍ୟୋଧନଙ୍କ ମୃତଦେହକୁ ଟାଉନ ପୁଲିସ ଜବତ କରି ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ଦେବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe