ପାଣି ପାଇଁ ରାସ୍ତା ଅବରୋଧ କଲେ ଶାନ୍ତି ନଗର ସାହି ବାସିନ୍ଦା

Advertisment
ପାଣି ପାଇଁ ରାସ୍ତା ଅବରୋଧ କଲେ ଶାନ୍ତି ନଗର ସାହି ବାସିନ୍ଦା

ଢେଙ୍କାନାଳ: ପର୍ଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଶାନ୍ତି ନଗର ସାହି ବାସିନ୍ଦା ପାଣି ପାଇଁ ରାସ୍ତା ଅବରୋଧ କରିଛନ୍ତି। ପର୍ଜଙ୍ଗରୁ ପଣ୍ଡୁଆ ଆଡକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ସାଆନ୍ଦା ଫାଣ୍ଡି ନିକଟରେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ଦାସ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପୁଲିସ ଉପସ୍ଥିତରେ ବୁଝାସୁଝା କରୁଛନ୍ତି।

ପ୍ରକାଶ ଥାଉକି ଉକ୍ତ ସାହି କି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଆଜି ପର୍ଯ୍ୟନ୍ତ ହୋଇପାରିବ ନାହିଁ । ଏକ ମାତ୍ର ନଳକୂଅରୁ ବାହାରୁଥିବା ପାଣି ପାନୀୟ ଉପଯୋଗୀ ନୁହଁ। ପ୍ରାୟ ତିନି କିଲୋମିଟର ଦୂର ନାଳରୁ ମହିଳାମାନେ ପାଣି ଆଣୁଥିବା ଜଣାପଡ଼ିଛି। ଅସ୍ଥାୟୀ ଭାବେ ଉକ୍ତ ସାହିକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ସରପଞ୍ଚ ଶ୍ରୀମତୀ ଦାସ ପ୍ରତିଶ୍ରୁତି ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe