‘ଅଗ୍ନିପଥ’ ପ୍ରତ୍ୟାହାର ଦାବିରେ କାମାକ୍ଷାନଗରରେ କଂଗ୍ରେସ ତରଫରୁ ଆନ୍ଦୋଳନ

‘ଅଗ୍ନିପଥ’ ପ୍ରତ୍ୟାହାର ଦାବିରେ କାମାକ୍ଷାନଗରରେ କଂଗ୍ରେସ ତରଫରୁ ଆନ୍ଦୋଳନ

କାମାକ୍ଷାନଗର: ସାରା ଦେଶରେ ଅଗ୍ନିପଥକୁ ନେଇ ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ଆଜି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଆନ୍ଦୋଳନ କରାଯାଇଛି। ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ କାମାକ୍ଷାନଗରରେ ଆଜି କଂଗ୍ରେସ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ କଲ୍ୟାଣ ମଣ୍ଡପଠାରେ ପ୍ରତିବାଦ ସଭା କରିଥିଲେ। ଏଥିରେ ଅଗ୍ନିପଥ ଯୋଜନାକୁ ବିରୋଧ କରିଥିଲେ। ସ୍ଥାୟୀ ଚାକିରି ନଦେଇ ଏଭଳିଆ ଚାକିରି ଦେବା କାହା ସ୍ୱାର୍ଥରେ ବୋଲି ସେମାନେ କହିଛନ୍ତି। ଯୁବକମାନଙ୍କୁ ବେକାର କରିବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି କହିଥିଲେ।

ସେନାରେ ନିଯୁକ୍ତି ଦେଇ ୪ବର୍ଷ ପରେ ୨୫ ଶତକଡ଼ା ଯୁବକଙ୍କୁ ସ୍ଥାୟୀ କରିବା ଓ ଅନ୍ୟମାନଙ୍କୁ ଚାକିରିରୁ ବହିଷ୍କାର କରି କମ୍ପାନିରେ ଯୋଗ୍ୟତା ଭିତ୍ତିରେ ଚାକିରି ଦେବା ପ୍ରଲୋଭନ ମାତ୍ର। ଏହାକୁ ନେଇ ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଭୁଦତ୍ତ ଭଟ୍ଟ, କାମାକ୍ଷାନଗର ବ୍ଲକ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ, ଭୁବନ ବ୍ଲକ ସଭାପତି ଭାଗିରଥୀ ଜେନା, ନକୁଳ ରାଉତ, ହେମନ୍ତ ବେହେରା, ସଂଜୀବ ବେହେରା, ଦୁଃଶାସନ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe