ଉଦ୍ଧାର ଛାତ୍ରଛାତ୍ରୀଙ୍କୁ ଭେଟିଲେ ଜିଲ୍ଲାପାଳ

Advertisment

ଘରକୁ ଫେରିଲେ ୯ ଜଣ

ଘରକୁ ଫେରିଲେ ୯ ଜଣ

ଉଦ୍ଧାର ଛାତ୍ରଛାତ୍ରୀଙ୍କୁ ଭେଟିଲେ ଜିଲ୍ଲାପାଳ

ଢେଙ୍କାନାଳ: କଙ୍କଡାହାଡ ବ୍ଲକ୍‌ ଇରିଙ୍ଗାଝରଣସ୍ଥିତ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମ ସ୍କୁଲ୍‌ରୁ ଉଦ୍ଧାର ହୋଇଥିବା ୬୨ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରା ଭେଟିଥିଲେ। ଜିଲ୍ଲା ପ୍ରଶାସନର ଅନୁମୋଦନକ୍ରମେ ତାଙ୍କ ମଧ୍ୟରୁ ୯ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଇରିଙ୍ଗାଝରଣଠାରେ ୧୯୯୩ ମସିହାରୁ ବେଆଇନ୍ ଭାବେ ଚାଲୁଥିବା ଏହି ଆଶ୍ରମ ସ୍କୁଲ୍‌ରୁ ଗତକାଲି ଜିଲ୍ଲା ପ୍ରଶାସନ ୬୨ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲା। ସହର ଉପକଣ୍ଠ ଗୋବିନ୍ଦପୁର ମହର୍ଷି ଦୟାନନ୍ଦ ସର୍ଭିସ୍ ମିସନଠାରେ ଛାତ୍ରମାନଙ୍କୁ ଓ କାଠଗଡା ସ୍ଥିତ ଉନ୍ମୁକ୍ତ ଗୃହରେ ଛାତ୍ରୀମାନଙ୍କୁ ରଖାଯାଇଥିଲା। ସେମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୧୯ ଜଣ ଛାତ୍ର ଓ ୩ ଜଣ ଛାତ୍ରୀଙ୍କ ସମେତ ୨୨ ଜଣ, କେନ୍ଦୁଝର ଜିଲ୍ଲାର ୨୧ ଜଣ ଛାତ୍ର, ୯ ଛାତ୍ରଙ୍କ ସମେତ ୩୦ ଜଣ, ପୁରୀ ଜିଲ୍ଲାର ଜଣେ ଛାତ, ଜଣେ ଛାତ୍ରୀ, ଅନୁଗୁଳ ଜିଲ୍ଲାର ୪ ଛାତ୍ର, ଜଣେ ଛାତ୍ରୀ , ଯାଜପୁର ଜିଲ୍ଲାର ଜଣେ ଛାତ୍ରୀ, ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଛାତ୍ରୀ ଥିଲେ। ଆଜି ଜିଲ୍ଲାପାଳ ଶ୍ରୀ ବେହେରା ଉଭୟ ଆଶ୍ରୟସ୍ଥଳୀରେ ଛାତ୍ରଛାତ୍ରୀମାନଙ୍କୁ ଭେଟି ସେମାନଙ୍କ ଖାଇବା, ରହିବା, ପିନ୍ଧିବା ଏବଂ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଥିଲେ। ଏକ ଡାକ୍ତରୀ ଦଳ ସମସ୍ତ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଆଜି ୯ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବାର ଜିମା ଦିଆଯାଇଛି। ପରିବାରର ସଦସ୍ୟଙ୍କଠାରୁ ଅଣ୍ଡରଟେକିଂ ରଖାଯାଇ ଅନୁଗୁଳ ଜିଲ୍ଲାର ୨ ଜଣ ଛାତ୍ର, ଜଣେ ଛାତ୍ରୀ, ଢେଙ୍କାନାଳ ଜିଲ୍ଲାର ୪ଜଣ ଛାତ୍ର, କେନ୍ଦୁଝର ଜିଲ୍ଲାର ଦୁଇଜଣ ଛାତ୍ରଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛିି। ଘରକୁ ଫେରିଥିବା ଛାତ୍ରଛାତ୍ରୀମାନଙ୍କ ପଢ଼ିବା ବ୍ୟବସ୍ଥା ଅଭିଭାବକମାନେ ନିକଟ ସ୍କୁଲ୍‌ରେ କରିବେ। ଯଦି କିଛି ସମସ୍ୟା ହୁଏ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଜଣାଇବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଥିବା ଜିଲ୍ଲା ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe