ଅଭିଯୁକ୍ତକୁ ୭ ବର୍ଷ ଜେଲ୍‌

Advertisment
ଅଭିଯୁକ୍ତକୁ ୭ ବର୍ଷ ଜେଲ୍‌

ହିନ୍ଦୋଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ମାମଲାର ରାୟ ଆଜି ହିନ୍ଦୋଳ କୋର୍ଟରେ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ହିନ୍ଦୋଳ ଥାନା କନ୍ତାମିଲା ପଞ୍ଚାୟତ ଗୋହିରାପଶି ଗାଁର ଅଭିଯୁକ୍ତ ସୁଶାନ୍ତ ନାଏକଙ୍କୁ ହିନ୍ଦୋଳ ଅତିରିକ୍ତ ସେସନ୍‌ସ ଜଜ୍‌ ଆଶାପୂର୍ଣ୍ଣା ମହାପାତ୍ର ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଇନ୍‌ ଅନୁସାରେ ସୁଶାନ୍ତଙ୍କୁ କୋର୍ଟ ୭ବର୍ଷ ଜେଲ ଦଣ୍ଡାଦେଶ ସହିତ ୨୦ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ମାସ ଜେଲ୍‌ ଦଣ୍ଡାଦେଶ ପାଇଁ ରାୟରେ ଉଲ୍ଲେଖ ରହିଛି।
କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହା ନଭେମ୍ବର ୧୩ତାରିଖ ଦିନ ଅପରାହ୍‌ଣ ସାଢ଼େ ୪ଟା ବେଳେ ଗୋହିରାପଶି ଗାଁର ମିଥୁନ ନାଏକ ଦୋକାନକୁ ସଉଦା କିଣିବାକୁ ଯାଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁଶାନ୍ତ ଏକ ଟାଙ୍ଗିଆରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାରେ ମିଥୁନଙ୍କ ବେକ ଓ ପିଠିରେ ଗଭୀର କ୍ଷତ ଲାଗିଥିଲା। ଏନେଇ ଆହତ ମିଥୁନଙ୍କ ମାଆ ନନ୍ଦିନୀ ନାଏକ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ବିଚାର କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବ୍ରହ୍ମାନନ୍ଦ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe