ଢେଙ୍କାନାଳରେ ଧରାପଡ଼ିଲା ସେକ୍ସ ରାକେଟ୍‌: ଅଭିଯୁକ୍ତ ଗିରଫ, ଦୁଇ ଯୁବତୀ ଉଦ୍ଧାର

Advertisment
ଢେଙ୍କାନାଳରେ ଧରାପଡ଼ିଲା ସେକ୍ସ ରାକେଟ୍‌: ଅଭିଯୁକ୍ତ ଗିରଫ, ଦୁଇ ଯୁବତୀ ଉଦ୍ଧାର

kalingatv.com

ଢେଙ୍କାନାଳ: ଢେଙ୍କାନାଳ ସହରର  କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୁଲିସ। ଏଠାରେ ଦେହ ବେପାର ଚଳାଉଥିବା ଘର ମାଲିକଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ। ଏହାଛଡ଼ା ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି।

ସୂଚନା ଅନୁଯାୟୀ, କାଲଟାକ୍ସ ନିକଟରେ ଏକ ଘରେ ଦେହ ବେପାର ଚାଲିଥିବାର ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୁଲିସ ଗତକାଲି ରାତି ପ୍ରାୟ  ୧୦ଟା ବେଳେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ କିଙ୍ଗପିନ୍ ଶିବାଜୀ ମହାନ୍ତିଙ୍କୁ ପୁଲିସ ଧରିଥିଲା। ତେବେ ଗ୍ରାହକମାନେ କୌଶଳକ୍ରମେ ବେଳେ ଖସିଯିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ଏକ, ଗୋଟିଏ କାର୍‌ ଜବତ କରାଯାଇଛି। ୨ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ। ଉଭୟଙ୍କ ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଶିବାଜୀ ମହାନ୍ତିଙ୍କୁ ପୁଲିସ ଧରିଥିଲା। ସେ ଜେଲ୍ ମଧ୍ୟ ଯାଇଥିଲା। ହେଲେ ଜାମିନରେ ଆସିବା ପରେ ପୁଣି ଦେହ ବେପାର ଚଳାଇଥିଲା। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe