ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ଦଦରାଘାଟି ଫାଣ୍ଡି କୁଲେଇଛକ ନିକଟ ବୁଲାଣିରେ ଆଜି ରାତି ପ୍ରାୟ ୯ଟା ୪୫ରୁ ୧୦ଟା ମଧ୍ୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ୩ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ମୃତକଙ୍କ ଶବ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ମୃତକମାନେ ନିକଟସ୍ଥ ପିତିରି ପଞ୍ଚାୟତ ଖାଲପାଳ, କୁଲେଇ, କଟମୁଣ୍ଡା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ଘଟାଇ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
୧୪୯ ନମ୍ବର ଜାତୀୟ ରାଜପଥ ଅବରୋଧ
ଖବରପାଇ ସ୍ଥାନୀୟ ଲୋକମାନ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଛନ୍ତି। ୧୪୯ ନମ୍ବର ଜାତୀୟ ରାଜପଥର ପିତିରିରୁ ଦଦାରାଘାଟି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ଟି ବାଇକ୍କୁ ଚଢ଼ିଯାଇ ପ୍ରାୟ ଶହେ ମିଟର ଦୂରକୁ ଘୋଷାଡ଼ି ନେଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରାସ୍ତାରେ ବିଛାଡ଼ି ପଡ଼ିଥିଲା। ଏହି ରାସ୍ତାରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ: Human Sagar: ଭୁବନେଶ୍ବର ଏମ୍ସରେ ହ୍ୟୁମାନ ସାଗର, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ
ଆହୁରି ପଢ଼ନ୍ତୁ: Health: କେମତି ଚାଲିଛି ବ୍ୟବସ୍ଥା? ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହେଉନି ସଫଳ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/15/bike-accident-2025-11-15-23-59-28.jpg)