କାମାକ୍ଷାନଗର: ପାଣି ପାଇଁ ରାସ୍ତାରେ ବସିଲେ ମହିଳା । କାମାକ୍ଷାନଗର ଥାନା ପଥରଖମ୍ବ ଛକଠାରେ ମହିଳାମାନେ ଗରା, ବାଲ୍ଟି ଧରି ଧାରଣା ଦେଇଥିବାର ଖବର ମିଳିଛି। ଏହାଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜାତୀୟ ରାଜପଥ ୫୩ର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି ।
ସୂଚନା ଅନୁସାରେ ଆଜକୁ ଦୀର୍ଘବର୍ଷ ଧରି ମୁକ୍ତାପଶି ହରିଜନ ସାହିରେ ଜଳକଷ୍ଟ ଦେଖାଦେଇଛି।
/sambad/media/post_attachments/wp-content/uploads/2021/02/6ec1d691-a4d3-4bfd-8e6f-06857e44395a.jpg)
ଏ ସମ୍ପର୍କରେ ସ୍ଥାନୀୟ ଲୋକେ ସରପଞ୍ଚ, ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପିଇବା ପାଣିରୁ ବଞ୍ଚିତ ହୋଇଛନ୍ତି । ଆଜି ସକାଳୁ ଗ୍ରାମର ଶତାଧିକ ମହିଳା ରାଜପଥ ଅବରୋଧ କରିଛନ୍ତି। ସ୍ଥାୟୀଭାବେ ପାଣିର ବ୍ୟବସ୍ଥା କରାନଗଲେ ଅବରୋଧ ଜାରି ରହିବ ବୋଲି ସ୍ଥାନୀୟ ମହିଳାମାନେ କହିଛନ୍ତି ।
Follow Us