କାମାକ୍ଷାନଗର: ମହିଳାଙ୍କୁ ଚାକିରିରୁ ଛଟେଇ କରିବା ପରେ ବନପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଗ୍ରାମବାସୀ

Advertisment
କାମାକ୍ଷାନଗର: ମହିଳାଙ୍କୁ ଚାକିରିରୁ ଛଟେଇ କରିବା ପରେ ବନପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଗ୍ରାମବାସୀ

କାମାକ୍ଷାନଗର: ଢେଙ୍କାନାଳ ବନାଞ୍ଚଳ ଅଧିକାରୀ ଓ ମହାବୀର ରୋଡ ରେଞ୍ଜରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଡମୋଳ ଗ୍ରାମବାସୀମାନେ ଡିହଡୋଳ ବନପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତ ଅଗଷ୍ଟ ୨୦୧୯ ମସିହାରେ ହାତୀ ଆକ୍ରମଣରେ ଡମୋଳ ଗ୍ରାମର ସଂଯୁକ୍ତା ସାମଲଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା। ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁ ପରେ ସଂଯୁକ୍ତାଙ୍କୁ ଅସ୍ଥାୟୀ ଭାବେ ବନବିଭାଗ ତରଫରୁ ନିଯୁକ୍ତି କରାଯାଇଥିଲା। ମାତ୍ର ଗତ କିଛି ଦିନ ହେବ ତାଙ୍କୁ ଚାକିରିରୁ ଛଟେଇ କରାଯାଇଅଛି। ଏହାର କାରଣ କ’ଣ ସେ ମହାବୀର ରୋଡ ରେଞ୍ଜରଙ୍କୁ ପଚାରିବାରୁ ଡିଏଫଓଙ୍କ ଦ୍ୱାରା ତାଙ୍କୁ ବାହାର କରାଯାଇଛି ବୋଲି ରେଞ୍ଜର କହିଥିଲେ। କୌଣସି ଉପଯୁକ୍ତ କାରଣ ନଥାଇ କିପରି ତାଙ୍କୁ ଚାକିରିରୁ ଛଟେଇ କରାଗଲା ବୋଲି ପ୍ରଶ୍ନ କରି ଡମୋଳ ଗ୍ରାମବାସୀ ଓ ସଂଯୁକ୍ତା ଧାରଣାରେ ବସିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe