କାମାକ୍ଷାନଗର ଗସ୍ତରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ

Advertisment
କାମାକ୍ଷାନଗର ଗସ୍ତରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତରେ ଆସିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ। କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରିବୋଲ ସ୍ଥିତ ମଡେଲ ଡିଗ୍ରି କଲେଜକୁ ବୁଲି ଦେଖିବା ସହିତ ଯୁବପୀଢ଼ି ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛନ୍ତି ଶ୍ରୀ ବାଗଚୀ।

ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ପ୍ରମୁଖ ସହରରେ ମଡେଲ କଲେଜ ପ୍ରସ୍ତୁତ କରିବା ସହ ଜିଲ୍ଲାର ପ୍ରତିଟି ଉପଖଣ୍ଡସ୍ତରରେ ଏହାର ଭିତ୍ତିଭୂମି ସୁଦୃଢ଼ କରାଯାଇଥିବା ଶ୍ରୀ ବାଗଚୀ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ପ୍ରୟାସ ପାଇଁ ପ୍ରତିଟି ମଡେଲ କଲେଜକୁ ବୁଲି ଦେଖିଛନ୍ତି। ୨୦୨୪ ମସିହା ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ ସେ ଚେଷ୍ଟା ଜାରି ରଖିଛନ୍ତି । ତାଙ୍କର ଏହି ଗ୍ରସ୍ତରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଓ ନଗରପାଳ ଧର୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe