କପିଳାସ: ଶିକ୍ଷକଙ୍କ ଗାଡ଼ିରୁ ବାଘଛାଲ, ହାତୀଦାନ୍ତ ଜବତ

Advertisment
କପିଳାସ: ଶିକ୍ଷକଙ୍କ ଗାଡ଼ିରୁ ବାଘଛାଲ, ହାତୀଦାନ୍ତ ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର କପିଳାସ ରେଞ୍ଜ ଅନ୍ତର୍ଗତ ଦେଓଗାଁ ପାଖରୁ ଜଣେ ଶିକ୍ଷକ ନିଜ ଗାଡିରେ ବିଭିନ୍ନ ବନ୍ୟଜନ୍ତୁଙ୍କର ଶରୀରର ଅଂଶବିଶେଷ ଚୋରା ଚାଲଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଚୋରା ଚାଲାଣ ସମୟରେ ବନକର୍ମଚାରୀମାନେ ତାଙ୍କୁ ଗିରଫ କରିବା ସହ ତାଙ୍କ ଘର ଉପରେ ଚଢ଼ାଉ କରିଥିବା ସୂଚନା ରହିଛି। ଚଢ଼ାଉ କରିବା ବେଳେ ତାଙ୍କ ଘରୁ ବିଭିନ୍ନ ବନ୍ୟଜନ୍ତୁଙ୍କର ଚମଡା, ଦାନ୍ତ, କାତି ଆଦି ଜବତ କରାଯାଇଛି।

publive-image

ସୂଚନାରୁ ଜାଣିବାକୁ ମିଳିଛି ଯେ ଗିରଫ ଅଭିଯୁକ୍ତ ଜଣକ ହେଲେ ଗନ୍ଦିଆ ଥାନା ସୋରଷିଆପଦା ପଞ୍ଚାୟତର ଜାମୁନାଳିଆ ଗ୍ରାମର ନରେନ୍ଦ୍ର ଦିଗି।  ସେ ସାଲଗାଁ ପ୍ରାଇମେରି ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ସୋମବାର ସେ ନିଜ ଗାଡ଼ି ଡିକିରେ ବନ୍ୟଜନ୍ତୁଙ୍କର ଶରୀରର ଅଂଶବିଶେଷ ନେଇ ଯାଉଥିବା ବେଳେ ପୂର୍ବରୁ ଖବର ପାଇ ବନ କର୍ମଚାରୀମାନେ ଦେଓଗାଁ ପାଖରେ ତାଙ୍କୁ ଜଗି ରହିଥିଲେ। ସେ ସେଠାରେ ପହଞ୍ଚିବା ପରେ ତାଙ୍କ ଗାଡି ଯାଞ୍ଚ କରାଯାଇଥିଲା। ତାଙ୍କ ଗାଡି ଡ଼ିକିରୁ ବନକର୍ମଚାରୀମାନେ ୨ଟି କଲରାପତରିୟା ବାଘ ଛାଲ, ଛୋଟ ହାତୀ ଦାନ୍ତ, ହରିଣ ଛାଲ ଆଦି ଜବତ କରିଥିଲେ।

ପରେ ତାଙ୍କ ଘର ଉପରେ ଚଢ଼ାଉ କରି ହରିଣ ଶିଙ୍ଗ, ଭାଲୁ ଦାନ୍ତ,ନଖ, ଚାପଡ, କଟୁରି, ଦାଆ,ବର୍ଚ୍ଛା, ତୀର, ଧନୁ ଆଦି ଜବତ କରାଯାଇଛି। ନରେନ୍ଦ୍ର କୁମାର ଦିଗି କଙ୍କଡାହାଡ଼ ବ୍ଲକ କଳାସପୁର ଗ୍ରାମର ଅନନ୍ତ ମୁର୍ମୁଙ୍କଠାରୁ ବାଘଛାଲ ଓ କଳସପୁର ଗ୍ରାମର ଲକ୍ଷଣ ମୁର୍ମୁଙ୍କଠାରୁ ହରିଣ ଛାଲ କିଣିଥିବା ପ୍ରକାଶ କରିଥିଲେ। ଏହି ଘଟଣାରେ ନରେନ୍ଦ୍ରଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe