ଢେଙ୍କାନାଳରେ ମେଣ୍ଢା ମଡ଼କ: ଅଜଣା ଜନ୍ତୁ ଶୋଷି ନେଉଛି ରକ୍ତ

Advertisment
ଢେଙ୍କାନାଳରେ ମେଣ୍ଢା ମଡ଼କ: ଅଜଣା ଜନ୍ତୁ ଶୋଷି ନେଉଛି ରକ୍ତ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଳକ ଚାଉଳିଆ ପଞ୍ଚାୟତ ଅନ୍ତର୍ଗତ ଆରଦା ଗ୍ରାମରେ ଗତକାଲି ରାତିରେ ସାଧୁ ଚରଣ ରାଉତଙ୍କର ଗୁହାଳରେ ୪୦ଟି ମେଣ୍ଢାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ମେଣ୍ଢାମାନଙ୍କର ବେକରେ କ୍ଷତ ଚିହ୍ନ ରହିଛି। କୌଣସି ଅଜଣା ଜନ୍ତୁ ରକ୍ତ ଶୋଷି ମେଣ୍ଢାମାନଙ୍କୁ ମାରିଥିବା ଅନୁମାନ କରୁଛନ୍ତି ଗ୍ରାମବାସୀ। ଜିଲ୍ଲା ପ୍ରାଣୀ ଚିକତ୍ସା କେନ୍ଦ୍ର ପକ୍ଷରୁ ମୃତ୍ୟୁର କାରଣ ସମ୍ବନ୍ଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ଅଞ୍ଚଳରେ ଏଭଳି ଘଟଣା ଆଗରୁ କେବେ ହୋଇନଥିବାରୁ ଗାଁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe