କାନ୍ଥ ପଡ଼ି ଶାଶୁ ମୃତ, ବୋହୂ ଗୁରୁତର

Advertisment
କାନ୍ଥ ପଡ଼ି ଶାଶୁ ମୃତ, ବୋହୂ ଗୁରୁତର

କାମାକ୍ଷାନଗର: ମାଟିକାନ୍ଥ ପଡ଼ି ଶାଶୁ ମୃତ୍ୟୁ ବୋହୂ ଗୁରୁତର। ମୃତକ ହେଲେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ତରାଜଙ୍ଗ ଗ୍ରାମର ଶାଶୁ କଦଳି ସାହୁ ଏବଂ ଗୁରତର ବୋହୂ ହେଲେ ରିନା ସାହୁ।
ମିଳିଥିବା ସୂଚନା ଅନୁସାରେ, ଶୋଇଥିବା ବେଳେ ବିଳମ୍ବିତ ରାତିରେ କାନ୍ଥ ଖସି ପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ କଦଳି ସାହୁଙ୍କର ମୃତ୍ୟୁ ଘଟିଥିଲା। ଚାଳଛପର ଘର ହୋଇଥିବାରୁ ଅତ୍ୟଧିକ ବର୍ଷା ହେବା କାରଣରୁ ଘରେ ପାଣି ଗଳିବା ସାଙ୍ଗକୁ ମାଟି କାନ୍ଥ ଦୁର୍ବଳ ଥିଲା। ଗତକାଲି ବିଳମ୍ବିତ ରାତିରେ ଶାଶୁ ବୋହୂ ଶୋଇଥିବା ବେଳେ କାନ୍ଥଟି ଖସିପଡ଼ିଥିଲା। ପରିବାର ଲୋକ ସଙ୍ଗେସଙ୍ଗେ ଉଭୟ ଶାଶୁ ଓ ବୋହୂଙ୍କୁ ଉଦ୍ଧାର କରିଥିଲେ। ବୋହୂଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି।

ଘଟଣାସ୍ଥଳରେ କଙ୍କଡାହାଡ଼ ପୁଲିସ ଓ ବିରାଶାଳ ଆର.ଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe