International Fund for Animal Welfare
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ବ୍ଲକ ଡମୋଳ ଗାଁରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ କମାର ବେହେରା। ଆଜି ଭୋର ସମୟରେ ଘର ପାଖ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଗୁରୁତର ଭାବେ ତାଙ୍କୁ ପ୍ରଥମେ ପର୍ଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କମାରଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଉଥିବା ବେଳେ କାମାକ୍ଷାନଗର ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ଥାଉକି ଦେଢ଼ ବର୍ଷ ତଳେ ତାଙ୍କ ମା’ ବୁଧେଇ ବେହେରାଙ୍କୁ ଦନ୍ତା ମାରିଥିବା ବେଳେ ତାଙ୍କ ବାପା ଗାଣ୍ଡୁ ବେହେରାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଅଣ୍ଟା ଭାଙ୍ଗିଯିବାରୁ ଏବେ ସେ ଅକର୍ମଣ୍ୟ ହୋଇ ପଡ଼ିଛନ୍ତି।
Follow Us