କୂଅରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

Advertisment
କୂଅରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ଢେଙ୍କାନାଳ: ସଦର ଥାନା ଭାପୁର ଫାଣ୍ଡି ମଧୁସାହୁ ପାଟଣା ପଂଚାୟତ ବିମ୍ବୋଳ ନଟକଟା ଗାଁରେ ଶନିବାର ଠାରୁ ନିଖୋଜ ହୋଇଥିବା ଦୁଇ ଶିଶୁଙ୍କ ମୃତଦେହକୁ ଆଜି ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ ଶିଶୁ ହେଲେ ରଞ୍ଜିତ ପଧାନ(୫) ଏବଂ ସଞ୍ଜିତ ପଧାନ(୪)।

publive-image

ସୂଚନା ଅନୁଯାୟୀ, ନଟାକଟା ଗ୍ରାମର କଂପାନୀ ପଧାନ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପଧାନ ନିଜର ୪ ପୁଅ ଓ ୧ଟି ଝିଅଙ୍କୁ ଘରେ ଛାଡିଦେଇ ଧାନକାଟିବାକୁ ଯାଇଥିଲେ। ଅପରାହ୍ନ ୫ ଟା ସମୟରେ ସେମାନେ ଘରକୁ ଫେରିବା ଛୋଟଶିଶୁପୁତ୍ର ଦୁଇଟିକୁ ପାଇନଥିଲେ । ବହୁ ଖୋଜାଖୋଜି କରି ନପାଇବାରୁ ଭାପୁର ଫାଣ୍ଡିରରେ ଅଭିଯୋଗ କରିଥିଲ। ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଂଚି ଗ୍ରାମାବସୀଙ୍କ ସହଯୋଗରେ ବହୁ ଖୋଜାଖୋଜି କରି ଫେରିଯାଇଥିଲେ । ଆଜି ସକାଳେ ପୁଣି ଖୋଜାଖୋଜି କରିବାରୁ ଘର ଠାରୁ କିଛି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରେ ଶିଶୁଦୁଇଟିର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଇଥିଲେ। ପରେ କୂଅ ଭିତରୁ ମୃତ ଶିଶୁଦୁଇଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏ ଖବର ଜଣାପଡିବାରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe