ନୋ ଏଣ୍ଟ୍ରିରେ ଚାପିଦେଲା ଟ୍ରକ୍: ଦୁଇ ଗୁରୁତର

ନୋ ଏଣ୍ଟ୍ରିରେ ଚାପିଦେଲା ଟ୍ରକ୍: ଦୁଇ ଗୁରୁତର

କାମାକ୍ଷାନଗର: ନୋ ଏଣ୍ଟ୍ରିରେ ଟ୍ରକ୍ ଚାପିଦେବା ଫଳରେ ଦୁଇଜଣ ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ଦୁଇ ଯୁବକ ହେଲେ ତୁମୁସିଙ୍ଗା ଥାନା କୋଟଗରା ଗ୍ରାମର ସୁଜିତ ମଳିକ ଓ ରମେଶ ମଳିକ।

ସୂଚନା ଅନୁସାରେ ଉଭୟ ଏକ ବାଇକ ଯୋଗେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ଗ୍ରାମକୁ କାମ କରିବାକୁ ଯାଉଥିବା ବେଳେ ବାଇପାସ ନିକଟରେ ଥିବା କାନପୁରା ରାସ୍ତାରେ ଟ୍ରକ୍ ସହ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ୍ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତି କରିଥିଲା, ମାତ୍ର ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe