ଢେଙ୍କାନାଳ: ସହରର ବିଭିନ୍ନ ଗହଣା ଦୋକାନକୁ ଯାଇ ଜିନିଷ ଚୋରି କରୁଥିବା ଦୁଇ ମହିଳା ଆଜି ଧରା ପଡ଼ିଛନ୍ତି। ସେମାନଙ୍କ ଘର କଟକ ଅଞ୍ଚଳରେ। ଗ୍ରାହକ ସାଜି ଉଭୟ ମହିଳା ବିଭିନ୍ନ ଜୁଏଲାରୀ ଦୋକାନକୁ ଯାଉଥିଲେ। ଜିନିଷ ଠକି ଆଣୁଥିଲେ ବୋଲି ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ ହୋଇଛି। ସହରର ସୁନିତା ଜୁଏଲାରୀରେ ବି ଏମିତି କରୁଥିବା ବେଳେ ଦୋକାନ ମାଲିକଙ୍କ ହାତରେ ଧରା ପଡ଼ିଛନ୍ତି। ସେମାନଙ୍କଠାରୁ ଦୁଇଟା ମୁଦି, ତିନି ହଳ ପାଉଁଜି, ଏକୋଇଶିଆ ଲକେଟ ତିନିଟା ଜବତ କରାଯାଇଛି। ମହିଳାମାନେ ବ୍ୟବହାର କରୁଥିବା ଏକ ସ୍କୁଟିକୁ ମଧ୍ୟ ପୁଲିସ ଜିମା ଦିଆଯାଇଛି। ଅଭିଯୋଗ କ୍ରମେ ଦୁଇ ମହିଳାଙ୍କୁ ଅଟକ ରଖି ଢେଙ୍କାନାଳ ଟାଉନ ଥାନା ପୁଲିସ ପଚରା ଉଚରା ଜାରି ରଖିଛି।
ଢେ଼ଙ୍କାନାଳ: ଜୁଏଲାରୀ ଦୋକାନରୁ ଧରା ହେଲେ ମହିଳା ଚୋର
Advertisment
Follow Us