ଠେଙ୍ଗା ମାଡ଼ରେ ପରିବା ବେପାରୀ ମୃତ

Advertisment
ଠେଙ୍ଗା ମାଡ଼ରେ ପରିବା ବେପାରୀ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଟାବାହାଳ ଗାଁରେ ଆଜି ମଧ୍ୟାହ୍ନ ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ଠେଙ୍ଗା ମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ କଟାବାହାଳ ଗାଁର ରମେଶ ଦେହୁରୀଙ୍କୁ ପାଟରପଦା ଗାଁର ବଗଲା ବାରିକ ନାମକ ଜଣେ ବ୍ୟକ୍ତି କୌଣସି କାରଣକୁ ନେଇ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରେ ରମେଶଙ୍କୁ ପରିବାର ଲୋକେ ଗରୁତର ଅବସ୍ଥାରେ ପରଜଙ୍ଗ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରମେଶ ଦେହୁରୀ କଟକରେ ପରିବା ବେପାର କରନ୍ତି। ଆଜି ତାଙ୍କର କଟକ ଯିବାର ଥିଲା। କୌଣସି କାରଣ ପାଇଁ ପାଟିତୁଣ୍ଡ ହୋଇ ଯାହାକୁ ନେଇ ବଗଲା ତାଙ୍କୁ ଆକ୍ରମଣ କରିଥିଲା। କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe