ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ

Advertisment
ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ

କାମାକ୍ଷାନଗର: ଭୁବନେଶ୍ୱର ଆରଡବ୍ଲୁଏସଏସ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଡିହଡୋଳ ସ୍ଥିତ ବାସଭବନ, ପଙ୍ଗାତିରା ସ୍ଥିତ ଶ୍ବଶୁର ଘର ଏବଂ ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳ ସମେତ ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୮ଟି ଟିମ ସାମିଲ ଥିବା ସୂଚନା ମିଳିଛି।

ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଡିହଡୋଳରେ କଟକ ଟିମ୍ ଚଢ଼ାଉ କରୁଥିବା ବେଳେ ଶଶୁର ଘର ପଙ୍ଗାତିରା ଗାଁରେ ଢେଙ୍କାନାଳ ଓ ଜଗତସିଂହପୁର ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ରାଜଧାନୀସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ବି ଚଢ଼ାଉ ଚାଲିଛି।

ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କର ପୁତୁରା ବୋଲି ସୂଚନା ମିଳିଛି। ତେବେ ଏହି ଚଢ଼ାଉ ବେଳେ କେତେ ଟଙ୍କାର ସଂପତ୍ତି ଠାବ କରୁଛି, ସେନେଇ ତଥ୍ୟକୁ ଅପେକ୍ଷା କରାଯାଇଛି। ଏହି ଘଟଣା ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe