କାମାକ୍ଷାନଗର: କେନାଲରେ ବୁଡ଼ି ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କଙ୍କଡ଼ାହାଡ ଥାନା ବୁଢିବିଲି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ସୁଶୀଳା ମହାନ୍ତ। ସେ ଗତକାଲି ବିଲକୁ କାମ କରିବାକୁ ଯାଇ ସନ୍ଧ୍ୟା ବେଳେ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ।
ଆଜି କେନାଲରୁ ପାଣି ବନ୍ଦ କରିବା ପରେ ତାଙ୍କ ମୃତଦେହ ସେହି କେନାଲରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ କଙ୍କଡ଼ାହାଡ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।
Follow Us