ହାତୀ ଆକ୍ରମଣରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment
ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିସ୍ଫୋରକ: ସଂଘର୍ଷ କରି ଜୀବନ ଗଲା

କାମାକ୍ଷାନଗର: କାମାକ୍ଷାନଗର ଥାନା ମୁକ୍ତାପଶି ଗାଁରେ ରବିବାର ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି। ମୁକ୍ତାପଶି ଗାଁରେ ରବିବାର ୮ଟାରେ ଘର ପାଖରେ ଥିବା ମହିଳାଙ୍କୁ ହାତୀ  ଆକ୍ରମଣ କରିଛି। ଏହାଫଳରେ ମହିଳାଜଣକ ଗୁରୁତର ହୋଇପଡ଼ିଥିଲେ।

ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ମହିଳାଙ୍କ ନାମ  ରଚନା ନାୟକ ବୋଲି ଜଣାଯାଇଛି। ସେ ଘର ପାଖରେ ଥିବା ବେଳେ ହାତୀ ହଠାତ ଆକ୍ରମଣ କରିଥିଲା, ଯାହାଫଳରେ ସେ ଗୁରୁତର ହୋଇଥିଲେ। ଏବେ ମହିଳାଙ୍କର କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe