କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁ ଗ୍ରାମ୍ୟଶିଳ୍ପ ପାର୍କକୁ ବିରୋଧ କରି ଶତାଧିକ ମହିଳା ଜାତୀୟ ରାଜପଥ ୫୩ ଅବରୋଧ କରିଥିବା ଜଣାଯାଇଛି। ଗୋଚର ଜାଗା ମଶାଣି ଭୂମି ଛାଡ଼ିବେ ନାହିଁ କହି ସେମାନେ ଆନ୍ଦୋଳନ କରୁଛନ୍ତି। ଜାତୀୟ ରାଜପଥ ୫୩ ଅବରୋଧ କରାଯାଇଥିବାରୁ ଯାଜପୁର-କାମାକ୍ଷାନଗର-ତାଳଚେର -ଅନୁଗୁଳକୁ ଯାତାୟତ ବନ୍ଦ ରହିଛି। ରାସ୍ତାରେ ଶହଶହ ଗାଡ଼ି ଅଟକି ରହିଛି। ପୂର୍ବରୁ ମଧ୍ୟ ଏହି ଗ୍ରାମ୍ୟଶିଳ୍ପ ପାର୍କକୁ ଗ୍ରାମର ଲୋକମାନେ ବିରୋଧ କରିଥିଲେ।
ଗ୍ରାମ୍ୟଶିଳ୍ପ ପାର୍କକୁ ବିରୋଧ: ଜାତୀୟ ରାଜପଥ-୫୩ ଅବରୋଧ କଲେ ଶତାଧିକ ମହିଳା
Advertisment
Follow Us