ଟ୍ରାକ୍ଟର ସହ କାଠ ଜବତ; ୪ ଗିରଫ

Advertisment
ଟ୍ରାକ୍ଟର ସହ କାଠ ଜବତ; ୪ ଗିରଫ

ପାଇକସାହି: ଧଣ୍ଡାତୋପା ରେଂଜ କୁତୁଲିସିଙ୍ଗା ସଂରକ୍ଷିତ ଜଙ୍ଗଲରେ ଆଜି ବନ ବିଭାଗ ଚଢ଼ଉ କରି ଏକ ଟ୍ରାକ୍ଟର ସହ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି। ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ବିଭାଗ ସୂତ୍ରରୁ ପ୍ରକାଶ, ଉକ୍ତ ଜଙ୍ଗଲରୁ ଏକ ଟ୍ରାକ୍ଟର (ଓଡ଼ି୧୯ଏ-୬୯୦୩) କାଠ ବୋଝେଇ କରି ସାନହୁଲା ଅଭିମୁଖେ ଯାଉଥିଲା। ଭୋରରେ ବନ ବିଭାଗ ଚଢ଼ଉ କରି ଟ୍ରାକ୍ଟର ସହ ଚାଲାଣ କରାଯାଉଥିବା ୮ଟି ଶାଳ, ୮ଟି ଶାଗୁଆନ, ୯ଟି କୁରୁମ ଗଣ୍ଡି ଜବତ କରିଛି। ବେଆଇନ କାଠ ଚାଲାଣ ଅଭିଯୋଗରେ ଟ୍ରାକ୍ଟର ମାଲିକ ତଥା ଚାଳକ ଠାକୁରଗଡ଼ ଥାନା ବାଲିପଟ୍ଟା ଗାଁର ଜିତେନ୍ଦ୍ର ନାୟକ(୨୩), କଷ୍ଟୁରାମ ନାୟକ(୩୨), ଚୈତନ୍ୟ ସାଏ(୬୦), ପୋକଣ୍ଡା ଗାଁର ଜନକ ନାୟକ(୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରେଂଜର୍‌ ରାହାସ ସାହୁ, ଫରେଷ୍ଟର ଦୀପ୍ତିରଂଜନ ବିଶ୍ୱାଳ, ସତ୍ୟବାନ ମାହାର, ସନ୍ତୋଷ ନାୟକ, ଉଦୟନାଥ ପ୍ରଧାନ, ମଳୟ ପ୍ରଧାନ ପ୍ରମୁଖ ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe