ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ବ୍ଲେଡରେ କାଟିଲେ ତଣ୍ଟି ଓ ହାତ

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କର ମୃତ୍ୟୁ

Kalinga Tv

କାମାକ୍ଷାନଗର: ପ୍ରେମ ବ୍ୟାପାରକୁ ନେଇ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଥିବାର ଖବର ମିଳିଛି। ସେ ବ୍ଲେଡରେ କାଟିଛନ୍ତି ନିଜ ତଣ୍ଟି ଓ ହାତ। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେ କାହାକୁ ପ୍ରେମ କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଗୁରୁତର ଯୁବକ ହେଲେ କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଗାଲୁ ଗ୍ରାମର ସତ୍ୟବ୍ରତ ବେହେରା। ଗତକାଲି ସଂଧ୍ୟାରେ ମୁଣ୍ଡିଦେଉଳିସ୍ଥିତ ଏକ ଔଷଧ ଦୋକାନ ଆଗରେ ସତ୍ୟବ୍ରତ ଛିଡ଼ା ହୋଇଥିବା ବେଳେ ହଠାତ ଏକ ବ୍ଲେଡରେ ହାତ ଓ ତଣ୍ଟିକୁ କାଟି ଦେଇଥିଲେ। ଏହାଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାପରେ ସେ ତଳେ ପଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲର ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ, ତାଙ୍କର ସ୍ବାସ୍ଥାବସ୍ଥା ସଂକଟାପନ୍ନ ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି। ଏହି ଘଟଣା କାମାକ୍ଷାନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe