ବ୍ଲେଡରେ ନିଜ ତଣ୍ଟି କାଟିଲେ ଯୁବକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment
ବ୍ଲେଡରେ ନିଜ ତଣ୍ଟି କାଟିଲେ ଯୁବକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

SambadEnglish

କାମାକ୍ଷାନଗର: ବ୍ଲେଡରେ ନିଜ ତଣ୍ଟିକୁ ଜଣେ ଯୁବକ କାଟିଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜ ନିକଟରୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଗୁରୁତର ଯୁବକ ଜଣକ କାମାକ୍ଷାନଗର ଏନଏସି ଅନ୍ତର୍ଗତ ମହିମାନଗର ସାହିର ସଞ୍ଜୟ ନାୟକ। ଘଟଣାସ୍ଥଳରେ ରକ୍ତ ଛିଟା ସହ ବ୍ଲେଡ୍ ,ଚପଲ ଏବଂ ଏକ ପଲିଥିନ ବ୍ୟାଗ ପଡ଼ିଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ସେ ନିଜ ତଣ୍ଟିକୁ ନିଜେ କାଟିଛନ୍ତି ତାହା ଅସ୍ପଷ୍ଟ ଅଛି। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଏ ନେଇ ଖବର ପାଇ କାମାକ୍ଷାନଗର ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe