ପୁଣି ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ବ୍ଲେଡରେ ନିଜ ବେକ ଓ ହାତକୁ କାଟିଲେ

ପୁଣି ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ବ୍ଲେଡରେ ନିଜ ବେକ ଓ ହାତକୁ କାଟିଲେ

KALINGA TV

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ ସରବେରେଣୀ ଗାଁରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ବ୍ଲେଡରେ ନିଜ ବେକ ଓ ହାତକୁ କାଟିଛନ୍ତି ଉକ୍ତ ଯୁବକ। ତେବେ ଘଟଣାର କାରଣ ଅସ୍ପଷ୍ଟ ରହିଛି।

publive-image
ଗୁରୁତର ଯୁବକ ସରବେରେଣି ଗାଁର ପ୍ରଶାନ୍ତ ମହାନ୍ତ (୨୦ବର୍ଷ)। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି। ଅଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ପ୍ରଶାନ୍ତ ଏପରି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅଧିକ ରକ୍ତସ୍ରାବ ହେବା ଯୋଗୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।ଏହି ଘଟଣା କାମାକ୍ଷାନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, କିଛିଦିନ ତଳେ କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଗାଲୁ ଗ୍ରାମର ସତ୍ୟବ୍ରତ ବେହେରା ମଧ୍ୟ ବ୍ଲେଡରେ ନିଜ ତଣ୍ଟି ଓ ହାତ କାଟିଥିଲେ। ଗତକାଲି ସଂଧ୍ୟାରେ ମୁଣ୍ଡିଦେଉଳିସ୍ଥିତ ଏକ ଔଷଧ ଦୋକାନ ଆଗରେ ସତ୍ୟବ୍ରତ ଛିଡ଼ା ହୋଇଥିବା ବେଳେ ହଠାତ ଏକ ବ୍ଲେଡରେ ହାତ ଓ ତଣ୍ଟିକୁ କାଟି ଦେଇଥିଲେ। ଏହାଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାପରେ ସେ ତଳେ ପଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲର ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ, ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe