ଅଜଣା ଗାଡ଼ିର ଧକ୍କାରେ ଯୁବକଙ୍କ ପ୍ରାଣହାନି: ପ୍ରେମଜନିତ ହତ୍ୟା ଅଭିଯୋଗ

Advertisment
ଅଜଣା ଗାଡ଼ିର ଧକ୍କାରେ ଯୁବକଙ୍କ ପ୍ରାଣହାନି: ପ୍ରେମଜନିତ ହତ୍ୟା ଅଭିଯୋଗ

କାମାକ୍ଷାନଗର/ଭୁବନ: ଢେଙ୍କାନାଳ ଜିଲ୍ଲାର ମଠକରଗୋଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଅଜଣା ଗାଡ଼ିର ଧକ୍କାରେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି।
ସୂଚନା ଅନୁଯାୟୀ, ସଞ୍ଜୟ କୁମାର ନାୟକଙ୍କ ଏକମାତ୍ର ପୁତ୍ର ସତ୍ୟବ୍ରତ କୁମାର ନାୟକ ଗତକାଲି ଜିରାଳକୁ ଯାଇଥିଲେ। ସେଠାରୁ ସେ ନିଜ ଗାଁକୁ ବାଇକ୍ ଯୋଗେ ଫେରୁଥିଲେ। ମଠକରଗୋଳ- ଜିରାଳ ରାସ୍ତାର ଜଡ଼ାତଳି ବୁଲାଣି ନିକଟରେ ଏକ ଅଜଣା ଗାଡ଼ିର ଧକ୍କାରେ ସତ୍ୟବ୍ରତଙ୍କ ପ୍ରାଣହାନି ଘଟିଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଫେରାର ହୋଇଯାଇଛି।

ଗତକାଲି ବିଳମ୍ବିତ ରାତିରେ ଜିରାଳ- ମଠକରଗୋଳା ଆରଡି ରାସ୍ତା ଜଡ଼ାତଳି ବାଙ୍କ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିବା ସହିତ ପାଖରେ ଗୋଟିଏ ବାଇକ ମଧ୍ୟ ଥିଲା। ମୃତକ ଜଣକ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ସଞ୍ଜୟ ନାୟକଙ୍କ ପୁଅ ସତ୍ୟବ୍ରତ ନାୟକ (୩୦ ବର୍ଷ ) ବୋଲି ଜଣାପଡିଛି।

ବାଇକ ସହିତ ରାସ୍ତା ତଳକୁ ସତ୍ୟବ୍ରତ ମୃତ ଅବସ୍ଥାରେ ପଡ଼ି ରହିଥିବା ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଂଚି କାମାକ୍ଷାନଗର ଥାନା ପୁଲିସକୁ ଖବର ଦେବା ସହିତ ମେଡିକାଲକୁ ଆଣିଥିଲେ ।ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କେହି ହତ୍ୟା କରିଥାଇ ପାରେ। ସେହି ଅଂଚଳର ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ ଆଉ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିବା ବେଳେ ତାହାକୁ ନେଇ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏହା ଉପରେ କାମାକ୍ଷାନଗର ଥାନା ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe