ଖଜୁରିଆ ଗ୍ରାମ୍ୟ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଖଜୁରିଆ ଗ୍ରାମ୍ୟ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର: କଙ୍କଡାହାଡ଼ ଥାନା ଖଜୁରିଆ ଗ୍ରାମ୍ୟ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଖଜୁରିଆ ଗ୍ରାମର ମୁନା ନାଟିଆ। ମୃତକଙ୍କ ପକେଟରୁ ସୁଇସାଇଡ୍ ନୋଟ ଜବତ ହୋଇଛି। ସେଥିରେ ଲେଖା ଅଛି, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ।
ଆଜି ସକାଳୁ ଜଙ୍ଗଲରେ ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲି ଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ତାଭିତରେ ପରିବାର ଲୋକ ଆସି ମୃତଦେହକୁ ଚିହ୍ନଟ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ଏଣେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe