Young Man Drawn: ଦଶାହ କର୍ମ ବେଳେ ପୋଖରୀରେ ବୁଡ଼ି ପୁତୁରା ମୃତ

ବଡ଼ ମା’ଙ୍କର ଦଶାହ କର୍ମରେ ପୋଖରୀରେ ବୁଡ଼ ଦେଉଥିବା ବେଳେ ପୁତୁରାର ମୃତ୍ୟୁ ଘଟିଛିl ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ବସନ୍ତପଡ଼ା ଗାଁରେ ଘଟିଛିl ମୃତ ଯୁବକ ହେଲେ ଭକ୍ତ ଖିଲାର (୩୦)।

Dead

Young man dead due to drawn in Pond in Dhenkanal. Photograph: (sambad)

ପର୍ଜଙ୍ଗ: ବଡ଼ ମା’ଙ୍କର ଦଶାହ କର୍ମରେ ପୋଖରୀରେ ବୁଡ଼ ଦେଉଥିବା ବେଳେ ପୁତୁରାର ମୃତ୍ୟୁ ଘଟିଛିl ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ବସନ୍ତପଡ଼ା ଗାଁରେ ଘଟିଛିl ମୃତ ଯୁବକ ହେଲେ ଭକ୍ତ ଖିଲାର (୩୦)।

ସୂଚନା ଅନୁସାରେ ମୃତ ହାଡ଼ିଆଣୀ ଖିଲାରଙ୍କର ଆଜି ଥିଲା ଦଶାହ କର୍ମ। ଏଥି ପାଇଁ ଦଶାତୁଠରେ ଜ୍ଞାନ୍ତି କୁଟୁମ୍ବ ଏକତ୍ର ହୋଇଥିଲେ। ଅନ୍ୟମାନଙ୍କ ପରି ଭକ୍ତ ଖିଲାର ମଧ୍ୟ ପୋଖରୀତୁଠରେ କ୍ଷର ହେବା ପରେ ବୁଡ଼ ଦେଉଥିଲେl ଭକ୍ତ ପହଁରl ନ ଜାଣି ଗଭୀର ପାଣିକୁ ଯାଇ ବୁଡ଼ି ଯାଇଥିଲେl ଜ୍ଞାନ୍ତି କୁଟୁମ୍ବ ସମସ୍ତେ ଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିପାରି ନଥିଲେl ପର୍ଜଙ୍ଗରୁ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କଲାବେଳକୁ ତାଙ୍କର ଜୀବନ ଚାଲିଯାଇଥିଲାl

ସୂଚନା ଥାଉକି ଭକ୍ତ ଅବିବାହିତ ଥିବା ବେଳେ କଟକରେ ଫଳ ବ୍ୟବସାୟ କରି ଚଳୁ ଥିଲେl ଦୁଇବର୍ଷ ତଳେ ତାଙ୍କ ବଡ଼ ଭାଇ ଗୋଆରେ ପ୍ରାଣ ହରାଇଥିଲେl ପୂର୍ବରୁ ତାଙ୍କ ବାପା ଅକlଳି ଖିଲାର ମୃତ୍ୟୁ ବରଣ କରିଥିବା ବେଳେ ମା କଦଳୀ ଖିଲାର ବେସାହାରା ହୋଇପଡ଼ିଛନ୍ତିl ତାଙ୍କ ଉପରେ ବିଧବା ବୋହୂ, ନାତିନାତୁଣୀ ନିର୍ଭର କରୁଛନ୍ତିl ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତିl ସ୍ଥାନୀୟ ପୁଲିସ ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛିl 

 Dhenkanal | dead

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe