ଶୌଚ ପାଇଁ ଯାଇଥିଲେ, ହାତୀ ହାବୁଡ଼ରେ ପଡ଼ିଲେ ଯୁବକ

Advertisment
ଶୌଚ ପାଇଁ ଯାଇଥିଲେ, ହାତୀ ହାବୁଡ଼ରେ ପଡ଼ିଲେ ଯୁବକ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କନ୍ଧରା ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗାଁର ମନୋଜ ମହାରଣା ଓ ଦିଲୀପ ସାହୁ ଆଜି ସକାଳୁ ଗାଁ ପାଖକୁ ଶୌଚ ପାଇଁ ଯାଇଥିଲା ବେଳେ ଗୋଟିକିଆ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ଯାହା ଫଳରେ ହାତୀ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ମନୋଜ ଗୁରୁତର ହେଇଥିବା ବେଳେ ଦିଲୀପ ଦୌଡ଼ି ପଳାଇ ଯାଇଥିଲେ।

ପରିବାର ଲୋକଙ୍କ ସହାୟତାରେ ଗୁରୁତର ଥିବା ମନୋଜକୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କଙ୍କଡ଼ାହାଡ଼ ବ୍ଲକରେ ଦୈନିକ ହାତୀ ଉପଦ୍ରଵ ବଢ଼ି ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆ ଯାଉ ନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି। ଏହି ଅଞ୍ଚଳରେ ଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ ଥିଲା ବେଳେ ଏବେ ବିଲରେ ଧାନ ଫସଲ ଥିବାରୁ ହାତୀ ଦଳ ଧାନ ଖାଇବା ପାଇଁ ଗାଁମୁହାଁ ହେଉଛନ୍ତି। ହାତୀ ଗତିବିଧି ଲକ୍ଷ୍ୟ କରାଯାଇ ବନ ବିଭାଗ ପକ୍ଷରୁ ଅଧିକ ପାଟ୍ରୋଲିଙ୍ଗ କରାଯିବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି। ହାତୀ ଆକ୍ରମଣରେ ଗୁରୁତର ଥିବା ମନୋଜକୁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe