Sambad
ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଲୋଧଣୀ ଗ୍ରାମରେ ଆଜି ସକାଳ ପ୍ରାୟ ସାତଟା ବେଳେ ହରିଜନ ସାହିର ଶିବ ନାଏକ ସେହି ସାହିର ଶତ୍ରୁଘ୍ନ ନାଏକଙ୍କ ପୁଅ ମାଗୁଣୀ ନାଏକ (୩୨)କୁ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ମାଗୁଣୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପର୍ଜଙ୍ଗ ଡାକ୍ତରଖାନାକୁ ଆଣିଥିଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ମାଗୁଣୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ସ୍ଵଚନା ଥାଉକି ମାଗୁଣି ବିବାହିତ। ଏଣେ ପରକୀୟା ପ୍ରୀତି ସନ୍ଦେହ କରି ଶିବ ଛୁରାମାଡ଼ କରିଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
Follow Us