image source-sambad english
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ କମ୍ପୁଲେଇ ଗ୍ରାମର ସାନନ୍ଦ ଦେହୁରୀ (୩୭) ନିଜ ବାଡ଼ିରେ ଥିବା ସଜନା ଗଛରେ ଚଢିଥିଲେ। ଗଛର ଡାଳ ଭାଙ୍ଗିଯିବାରୁ ତଳକୁ ଖସି ପଡ଼ିଥିଲେ ସେ। ତାଙ୍କର ହାତ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା।
୧୦୮ ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ସାନନ୍ଦଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
Follow Us