ସୋସିଆଲ ମିଡିଆରେ ଅପପ୍ରଚାର କରି ଯୁବକ ଗିରଫ

Advertisment
ସୋସିଆଲ ମିଡିଆରେ ଅପପ୍ରଚାର କରି ଯୁବକ ଗିରଫ

ହିନ୍ଦୋଳ : ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଚାଲିଥିବାବେଳେ ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ କୁରୁମିଠା ଗ୍ରାମର ଜଣେ ଯୁବକ ଏ ସଂପର୍କରେ ମିଥ୍ୟା ଓ ଆପତ୍ତିଜନକ ଖବର ସୋସିଆଲ୍ ମିଡିଆରେ ପଠାଇ ଗିରଫ ହୋଇଛି। ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, କରୋନା ସଂପର୍କିତ ଗୁଜବ ଓ ଆପତ୍ତିଜନକ ଖବର ସୋସିଆଲ୍ ମିଡିଆରେ ପଠାଇ ଲୋକଙ୍କୁ ବିଭ୍ରାନ୍ତ ନ କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ହେଲେ ଏହାକୁ ଅମାନ୍ୟ କରି କୁରୁମିଠା ଗ୍ରାମର ପ୍ରଶାନ୍ତ ସାମଲ(୪୫) ମିଥ୍ୟା ଓ ଆପତ୍ତିଜନକ ମେସେଜ୍ ସୋସିଆଲ୍ ମିଡିଆରେ ପୋଷ୍ଟିଂ କରିଥିଲେ। ଏହା ଭାଇରାଲ୍‌ ହେବା ପରେ ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପୁଲିସ ଅଭିଯୁକ୍ତ ପ୍ରଶାନ୍ତକୁ ଠାବ କରି ଗିରଫ କରିଥିଲା। ହିନ୍ଦୋଳ ଥାନା କେସ୍‌ ନଂ ୩୫ରେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe