ସ୍କୁଟି ସର୍ଭିସିଂ କରି ଫେରିବା ବେଳେ ଟ୍ରକ୍‌ ଧକ୍କାରେ ଯୁବକ ମୃତ

Advertisment
ଦୁର୍ଘଟଣାରେ ଜଣେ ମୃତ

ମେରାମଣ୍ଡଳୀ: ଓଡାପଡା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ମେରାମଣ୍ଡଳୀ ବାଇପାସ ଛକଠାରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି। ମୃତକ ଜଣକ ହେଉଛନ୍ତି ଖଡ଼ଗ ପ୍ରସାଦ ଗ୍ରାମର ମନୋଜ ମହାପାତ୍ର।

ପ୍ରାପ୍ତ ସୂଚନା ଅନୁଯାୟୀ ଖଡ଼ଗ ପ୍ରସାଦ ଗ୍ରାମର ମନୋଜ ମହାପାତ୍ର ମେରାମଣ୍ଡଳୀ ବଜାରକୁ ନିଜ ସ୍କୁଟି ସର୍ଭିସିଂ କରିବା ପାଇଁ ଆସିଥିଲେ। ସେ ଗାଡ଼ି ସର୍ଭିସିଂ ସାରି ଆଳ୍ପ କିଛି ବାଟ ଦୂରତା ଯିବା ପରେ ଢେଙ୍କାନାଳ ପଟରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁକୁ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଅଞ୍ଚଳବାସୀ ଏବେ ରାସ୍ତା ରୋକ କରିଥିବା ଜଣିପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe