ନାଳରେ ବୁଡ଼ି ଯୁବକ ମୃତ

Advertisment
ନାଳରେ ବୁଡ଼ି ଯୁବକ ମୃତ

ହିନ୍ଦୋଳ: ହିନ୍ଦୋଳ ବ୍ଲକ୍‌ ବାହାଲୁଣ୍ଡା ଗ୍ରାମର ସନ୍ତୋଷ ବିଶ୍ୱାଳ(୪୦) ଆଜି ନାଳରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସନ୍ତୋଷ ଆଜି ରାସୋଳ ସାପ୍ତାହିକ ହାଟରୁ ସଉଦା କିଣି ଫେରିବା ପରେ ଗାଁ ପାଖ ବଡ଼ଜୋରା ନାଳକୁ ଗାଧୋଇ ଯାଇଥିଲେ। ଗାଧୋଇବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ପଡ଼ୋଶୀମାନେ ତାଙ୍କୁ ନାଳରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe