ଗଜପତି ଜିଲ୍ଲାକୁ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶୁ ମୃତ, ଏକାଧିକ ଆକ୍ରାନ୍ତ

ଗଜପତି ଜିଲ୍ଲାକୁ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶୁ ମୃତ, ଏକାଧିକ ଆକ୍ରାନ୍ତ

ମୋହନା: ଏବେ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ବେକାବୁ ହେଲାଣି ହଇଜା। ଗୋବିନ୍ଦପୁର ଗ୍ରାମରେ ଝାଡାବାନ୍ତିରେ ଜଣେ ୯ ବର୍ଷର ଶିଶୁ ଲିପି ନାୟକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହ ଗ୍ରାମର ପାଣ ନାୟକ(୧୮), ମିଟି ଗୌଡ(୫୦), ରୀନା ଜାନୀ (୨୫) ଏବଂ ଓମ ସାହୁ (୧ବର୍ଷ) ଆକ୍ରାନ୍ତ ହୋଇ ବର୍ତ୍ତମାନ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରତିଷେଧକ ବ୍ୟବସ୍ଥା କରିଥିବା ସୂଚନା ମିଳିଛି।

ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ , ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ, ବ୍ଲକ ଅଧ୍ୟକ୍ଷ ର˚ଜୀବ କୁମାର ଶବର, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସୁନିଲ କୁମାର ବିଷୋୟୀ ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାରକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଗ୍ରାମରେ ପାନୀୟଜଳର ସୁବିଧା ନଥିବା ଯୋଗୁଁ ଦୂଷିତ ପାଣି ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଏଭଳି ଝାଡାବାନ୍ତି ବ୍ୟାପିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe